✨
🔘 ଜୟ ଜଗନ୍ନାଥ 🔘
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll
🙏🏻 ଆଜିର ଅନୁଚିନ୍ତା🙏🏻
▪️▪️▪️▪️▪️▪️▪️▪️▪️▪️▪️▪️▪️▪️▪️
📝 କେହି ନେଇ ନାହିଁ ଆମେ ନେବା ନାହିଁ
ଯିଏ ଯେଉଁଠାରେ ରହିବେ,
କାହା ପାଇଁ କିଛି କରି ନାହିଁ ବୋଲି
ପଛେ କିଏ କାହିଁ କହିବେ।
📝ସଫଳତା ପାଇବାକୁ ହେଲେ ସବୁବେଳେ ଏକା ଆଗକୁ ବଢ଼ିବାକୁ ହୁଏ, ସଫଳ ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିବେ ।
📝ଆଜିର ଏ ଦୁନିଆଁରେ ରାଣ ନିୟମ ସବୁ ମିଛ ହୋଇଥାଏ, କାରଣ ସେ ହିଁ ସବୁଠୁ ଅଧିକ ରାଣ ଖାଇଥାଏ ଯିଏ ସବୁଠୁ ଅଧିକ ମିଛ କହିଥାଏ....।
📝ସନ୍ଦେହ ସବୁବେଳେ Problem ତିଆରି କରିଥାଏ କିନ୍ତୁ ବିଶ୍ବାସ ସବୁ Problem ର Solution କରିଥାଏ ।
🦋 ଅକ୍ଲାନ୍ତ ପରିଶ୍ରମ ବୃଥା ହୋଇଯାଏ ଯଦି ପରିଶ୍ରମଟି ସଠିକ ଦିଗରେ କରା ନ ଯାଏ; ଆଉ ଯଦି ଦିଗ ଠିକ ହୋଇଥାଏ ତା'ହେଲେ ଅକ୍ଲାନ୍ତ ପରିଶ୍ରମର ଆବଶ୍ୟକତା ମଧ୍ୟ ଜମାରୁ ପଡ଼ି ନଥାଏ ।
🦋 ଜଳର ଶୀତଳତା ପାତ୍ରର ସୁନ୍ଦରତା ଉପରେ ନିର୍ଭର କରେ ନାହିଁ। ଠିକ ସେହିପରି କୌଣସି ବ୍ୟକ୍ତିର ବୁଦ୍ଧି, ଜ୍ଞାନ, ବିବେକ ତାର ସୌନ୍ଦର୍ଯ୍ୟ ଉପରେ ଜମାରୁ ନିର୍ଭର କରେ ନାହିଁ।
🦋 ଯେପରି ସୂର୍ଯ୍ୟ ଅସ୍ତ ହେଲାପରେ ଆକାଶର ରଙ୍ଗ ଆପେ ଆପେ ବଦଳି ଯାଇଥାଏ ,ଠିକ୍ ସେହିପରି ଦୁଃଖ ସମୟରେ ଅତି ଆପଣାର ବୋଲି ଭାବୁଥିବା ଲୋକ ମଧ୍ୟ ଏଠି ନିଜର ଠିକଣା ବଦଳାଇ ଦିଏ ।
🦋 ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ କୌଣସି ପ୍ରମାଣପତ୍ରର ଆବ୍ୟଶ୍ୟକତା ପଡିନଥାଏ କେବଳ ନିରନ୍ତର ପ୍ରଚେଷ୍ଟା ହିଁ ଏକମାତ୍ର ମାଧ୍ୟମ ହୋଇଥାଏ।
🔘 ଜୟ ଜଗନ୍ନାଥ 🔘
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll