🗞ODISHA NEWS PAPERS🗞


Kanal geosi va tili: Hindiston, Oriya


ଆପଣ ମାନେ ଏହି ସମୂହରେ ଦୈନିକ ପ୍ରାତଃରୁ ସମସ୍ତ ଓଡ଼ିଆ ଇଂରାଜୀ ହିନ୍ଦୀ ଖବରକାଗଜ,ଦୈନନ୍ଦିନ ଜୀବନର ତାଜା ସମାଚାର ଏବଂ ସାପ୍ତାହିକ ପତ୍ରିକା ପାଇବେ ।
*ବି.ଦ୍ର- ଯଦି ଆପଣ ମାନଙ୍କୁ ଆମ ସମୂହଟି ଭଲ ଲାଗୁଛି ତେବେ ଦିଆଯାଇଥିବା ସମୂହର link ଟିକୁ Share କରନ୍ତୁ ।
⏬⏬⏬Click Here⏬⏬⏬
@Odishanewspaper

Связанные каналы  |  Похожие каналы

Kanal geosi va tili
Hindiston, Oriya
Statistika
Postlar filtri


*╭─────────────────────╮*
*🌄ସକାଳର ଖବର, ୨୦-ଏପ୍ରିଲ -୨୦୨୪, ଶନିବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଶାନ୍ତି ଶୃଙ୍ଖଳାର ସହ ସରିଲା ପ୍ରଥମ ପର୍ଯ୍ୟାୟ ୧୦୨ଟି ଆସନ ପାଇଁ ଲୋକସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେଲା ଭୋଟିଂ,ମତସାବ୍ୟସ୍ତ କଲେ ୬୨.୩୭ % ଭୋଟର l

➡️୨-ତତଲା କଡେଇରେ ସିଜୁଛି ସାରା ଓଡ଼ିଶା l ବୋହୁଛି ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଆଜି ଏବଂ ଆସନ୍ତାକାଲିପାଇଁ ପାଣିପାଗ ବିଭାଗର ସତର୍କତା l ଆଜି ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଥିବା ବେଳେ ଆସନ୍ତାକାଲି ୨୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ହେଲା ଜାରି l

➡️୩-ଆସନ୍ତା ଜୁଲାଇ ୭ ତାରିଖରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଆଜି ବସିବ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ। ପୁରୀ ଟାଉନ ହଲ୍ ପରିସରରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ।

➡️୪-ରାଜ୍ୟରେ ହେଲା ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ l ମୃତକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହେଶପୁର ଅଞ୍ଚଳର ଲକ୍ଷ୍ମୀକାନ୍ତ ସାହୁ I ବୟସ ୬୨ I ସ୍ପଷ୍ଟ କଲା ଏସଆରସି l

➡️୫-ଝାରସୁଗୁଡା ଲଖନପୁର ସ୍ଥିତ ଶରଧା ନିକଟ ମହାନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡି ଜଣେ ମୃତ, ୭ ନିଖୋଜ । ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାକୁ ଏବେବି ଚାଲିଛି ରେସକ୍ୟୁ ଅପରେସନ ।

➡️୬-୧୪ ବର୍ଷ ବୟସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଚିକିତ୍ସାଧୀନ ଧଳାରଙ୍ଗର ବାଘୁଣୀ ସ୍ନେହାର ଆଜି ସକାଳେ ହେଲା ମୃତ୍ୟୁ l ଅସୁସ୍ଥ ହେବାରୁ ତା’କୁ ଗତକାଲି ଚିଡ଼ିଆଖାନା ଚିକିତ୍ସାଳୟରେ ଭର୍ତି କରାଯାଇ ସାଲାଇନ ଲଗାଇ ଚିକିତ୍ସା କରାଯାଉଥିଲା l

➡️୭-ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ l ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନରେ ଶ୍ରୀବଳଦେବଜୀଉଙ୍କ ଆର୍ଶିବାଦ ନେବା ସହିତ ପ୍ରଚାର କାର୍ଯ୍ୟକ୍ରମ କରିବେ ଶୁଭାରମ୍ଭ l

➡️୮-କେଜ୍ରିୱାଲଙ୍କ ଜୀବନ ପ୍ରତି ରହିଛି ବିପଦ । ଆପ୍ ଆଣିଲା ଅଭିଯୋଗ । ଡାଏବେଟିସ ସତ୍ୱେ ଦିଆଯାଉନି ଇନସୁଲିନ । ଭର୍ଚୁଆଲ ମାଧ୍ୟମରେ ଡାକ୍ତର ଚିକିତ୍ସା କରନ୍ତୁ ବୋଲି ଏକ ପିଟିସନ ହେଲା ଦାଖଲ l

➡️୯-ଛୋଟ ପରଦାର ଲୋକପ୍ରିୟ ନାୟିକା ମିତାଲି ଏବେ ନଜର ଆସିବେ ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ)ଙ୍କ ପ୍ରଯୋଜିତ ଫିଲ୍ମ ‘ଆଇ ଲଭ୍ ୟୁ-୨’ରେ l

➡️୧୦-ଲୋକସଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଲୋକସଭା ଆସନରେ ଭୋଟ ଦେଲେ ଜନତା l ୬ ଜିଲ୍ଲାରେ ପଡିଲାନି ଭୋଟ l ଭୋଟିଂକୁ ବୟକଟ କରି ଜଣେ ହେଲେବି ଦେଲେନାହିଁ ମତଦାନ l

➡️୧୧-ଗୁଜରାଟର ଗାନ୍ଧୀନଗରରେ ହେବ କଡା ଟକ୍କର । ନାମାଙ୍କନ ଭରିଲେ ଅମିତ ଶାହା । ୨୦୧୯ରେ ୫ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ ଶାହା ।

➡️୧୨-YES ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ମନି ଲଣ୍ଡ୍ରିଂ ମାମଲାରେ ମିଳିଲା ଜାମିନ l

➡️୧୩-ସୀମାନ୍ତ ଛତିଶଗଡ଼ରେ ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳ ପାଇଁ ୩ଟି ହେଲିକେପ୍ଟରର ହେଲା ବ୍ୟବହାର l

➡️୧୪-ଇସ୍ରାଏଲ୍‌ ଉପରେ ଇରାନ୍‌ ଡ୍ରୋନ୍‌ ଆକ୍ରମଣ କରିବାର ଦିନକ ପରେ ଇରାନର ଏକ ଅଞ୍ଚଳରେ କ୍ଷେପଣାସ୍ତ୍ର ଆକ୍ରମଣ କଲା ଇସ୍ରାଏଲ୍‌। ଏହାରି ଭିତରେ ସ୍ପେସ ଏକ୍ସର ମାଲିକ ଏଲନ ମସ୍କ ଉଭୟ ଦେଶକୁ ଶାନ୍ତି ପାଇଁ କଲେ ନିବେଦନ l

➡️୧୫-ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ହେଲା ଜାରି l ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ l

➡️୧୬-ମଧ୍ୟପ୍ରାଚ୍ୟରେ ଘନେଇଲା ଆଉ ଏକ ଯୁଦ୍ଧ ଆଶଙ୍କା । ଇସ୍ରାଏଲର ଆକ୍ରମଣ ପରେ ସମସ୍ତ ବାୟୁସେବା ବନ୍ଦ କଲା ଇରାନ । ଚିନ୍ତାରେ ସାରା ବିଶ୍ୱ ।

➡️୧୭-ଏପ୍ରିଲ ୧୯ରେ ବ୍ରହ୍ମୋସ୍‌ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍ ଫିଲିପାଇନ୍ସକୁ ହସ୍ତାନ୍ତର କଲା ଭାରତ । ଫିଲିପାଇନ୍ସ ହେଉଛି ପ୍ରଥମ ବିଦେଶୀ ଦେଶ ଯାହାକୁ ଭାରତ ହସ୍ତାନ୍ତର କଲା ବ୍ରହ୍ମୋସ୍‌ ମିସାଇଲ।

➡️୧୮-ଆଇପିଏଲ୍‌ର ୩୫ ତମ ମ୍ୟାଚ୍‌ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ଟକ୍କର l ସନରାଇଜର୍ସ ହାଇଦ୍ରାବାଦ ୬ଟି ମ୍ୟାଚ୍‌ରୁ ୪ଟି ବିଜୟ ଓ ୨ଟି ପରାଜିତ ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ୭ଟି ମ୍ୟାଚରୁ ୩ଟି ବିଜୟ ଓ ୪ଟି ପରାଜିତ ହୋଇଛି।

➡️୧୯-ଆଇପିଏଲ୍‌ର ୩୪ ତମ ମ୍ୟାଚ୍‌ରେ ଗତକାଲି ଚେନ୍ନାଇ ସୁପର୍ କିଙ୍ଗ୍‌ସକୁ ୮ ୱିକେଟ୍‌ରେ ହରାଇଲା ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ l

➡️୨୦-ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ) ଫୁଟବଲ ପ୍ରତିଯୋଗିତା ସେମିଫାଇନାଲରେ ପହଞ୍ଚିଲା ଓଡ଼ିଶା ଏଫସି ।
https://whatsapp.com/channel/0029VaATFgvCxoAmLq8jSw3F

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ସୁସ୍ଥ ଶିଶୁଦିବସ ll*
*🔅ଆଜି ସ୍ୱାମୀ ପ୍ରଶଂସା ଦିବସ ll*
*🔅ଆଜି ଅନ୍ତର୍ଜାତୀୟ କଞ୍ଚା କ୍ଷୀର ପନିର ପ୍ରଶଂସା ଦିବସ ll*
*🔅ଆଜି ଜାତିସଂଘର ଚାଇନିଜ୍ ଭାଷା ଦିବସ ll*
*🔅ଆଜି ସ୍ବେଛାସେବୀ ମାନ୍ୟତା ଦିବସ ll*
*🔅ଆଜି ବିଶ୍ୱ ସର୍କସ ଦିବସ ll*
*🔅ଆଜି ଶ୍ରୀ ଚନ୍ଦ୍ର ବାବୁ ନାଇଡୁଙ୍କ ଜନ୍ମଦିନ ll*
*🔅ଆଜି ରେକର୍ଡ ସଂଗ୍ରହ ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*





































19 ta oxirgi post ko‘rsatilgan.